ଭୂକମ୍ପରେ ଥରିଲା ସୋନିପତ୍, ୧୨ ଦିନରେ ତୃତୀୟ ଥର ଝଟକା

Published By : Prameya-News7 Bureau | January 05, 2025 IST

ନୂଆଦିଲ୍ଲୀ ୦୫।୦୧; ହରିୟାଣାରେ ଭୂକମ୍ପ । ରବିବାର ସକାଳ ୩.୫୭ରେ ସୋନିପାତ୍‌ରେ ପୁଣି ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୦ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂମି ଠାରୁ ପ୍ରାୟ ୧୦ କିଲୋମିଟର ତଳେ ଗତି ଯୋଗୁଁ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ଏହା ପୂର୍ବରୁ ୨୫ ଏବଂ ୨୬ ଡିସେମ୍ବର ୨୦୨୪ରେ ଦୁଇଥର ଭୂକମ୍ପ ଘଟିଥିଲା। ଡିସେମ୍ବର ୨୫ରେ ରାତି ୧୨.୨୮ ରେ ୩୧ସେକେଣ୍ଡ ପାଇଁ ଥରିଥିଲା । ସେହି ସମୟରେ ଭୂକମ୍ପର କେନ୍ଦ୍ରସ୍ଥଳ ସୋନିପାତର କୁଣ୍ଡାଲ ଗ୍ରାମ ଥିଲା ଏବଂ ଭୂମି ତଳେ ପାଞ୍ଚ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଥିଲା। ତା’ପରେ ରୋହତକ, ପାନିପାଟତ୍‌, ଗୁରୁଗ୍ରାମରେ ମଧ୍ୟ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା। ଏଥି ସହିତ, ୨୬ ଅକ୍ଟୋବର ୨୦୨୪ରେ,୯.୪୨ରେ ୩ସେକେଣ୍ଡ ଭୂକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ପ୍ରହ୍ଲାଦପୁର ଥିଲା। ଏଥର ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ସୋନିପାତ୍।

ସୋନିପାତ୍‌ରେ କମ୍ପନ ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ। ଦୁଇ ସପ୍ତାହ ମଧ୍ୟରେ ତିନୋଟି ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଚିନ୍ତା ବଢୁଛି । ଏହା ସୌଭାଗ୍ୟବଶତଃ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ । ତେବେ ସତର୍କ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.